🌿 A4 · ଗୋଟିଏ ପୃଷ୍ଠା · ଦୁଇ ସ୍ତମ୍ଭ

🌈 Biology : Digestive System

🌈 ମଣିଷର ପାକତନ୍ତ୍ର

Biology NotesDigestive SystemLabelled Diagram

🌈 Biology · ମଣିଷର ପାକତନ୍ତ୍ର · Revision Notes

🔴 ପାକତନ୍ତ୍ରର କାର୍ଯ୍ୟ ଓ ଗଠନ

  • ଖାଦ୍ୟକୁ ସରଳୀକୃତ କରି ଶୋଷଣ ଉପଯୋଗୀ କରି ରକ୍ତରେ ମିଶିବା=ପରିପାକ/ହଜମ (Digestion) କୁହାଯାଏ
  • ପାକତନ୍ତ୍ର = ପାକନଳୀ + ପାକଗ୍ରନ୍ଥି
🧍 ମଣିଷର ପାକତନ୍ତ୍ର ଚିତ୍ର (Human Digestive System)
ମଣିଷର ପାକନଳୀ ଓ ପାକଗ୍ରନ୍ଥି ଚିତ୍ର

ପାକନଳୀ: ପାଟି → ମଳଦ୍ୱାର; ଲାଳଗ୍ରନ୍ଥି, ଯକୃତ ଓ ଅଗ୍ନ୍ୟାଶୟ ପାକଗ୍ରନ୍ଥି ଅଟନ୍ତି

🔵 1.ପାକନଳୀ (Alimentary Canal)

  • ପାଟିରୁ ଆରମ୍ଭ ହୋଇ ମଳଦ୍ୱାରରେ ଶେଷ
  • କ୍ରମ:
ପାଟି→ମୁଖଗହ୍ୱର→ଗ୍ରସନୀ→ଗ୍ରାସନଳୀ→ପାକସ୍ଥଳୀ→କ୍ଷୁଦ୍ରାନ୍ତ୍ର→ବୃହଦନ୍ତ୍ର→ମଳାଶୟ→ମଳଦ୍ୱାର
  • କାନ୍ଥରେ ଦୁଇ ପ୍ରକାର ପେଶୀ ରହିଛି:
    • ଚକ୍ରାକୃତି ପେଶୀ (Circular muscle)
    • ଅନୁଦୈର୍ଘ୍ୟ ପେଶୀ (Longitudinal muscle)

⭐ ଉଭୟ ପେଶୀର ସଂକୋଚନ ଓ ଶିଥିଳନ ଦ୍ୱାରା ଖାଦ୍ୟ ଆଗକୁ ଗତି କରେ ଏହାକୁ ପୁରଃସରଣ (Peristalsis) କୁହାଯାଏ

🟣 (a). ପାଟି ଓ ମୁଖଗହ୍ୱର (Mouth and Buccal Cavity)

  • ପାଟିକୁ ଉପର ଓ ତଳ ଓଠ ଘେରି ରହିଛି
  • ମୁଖଗହ୍ୱରରେ ଦୁଇ ପାର୍ଶ୍ୱରେ ଗାଲ, ତଳେ ଜିଭ, ଉପରେ ତାଳୁ (Palate) ଓ ଦୁଇ ମାଢ଼ିରେ ଦାନ୍ତ
  • କାର୍ଯ୍ୟ: ଖାଦ୍ୟ ଗ୍ରହଣ ଓ ଚୋବାଇବାରେ ସାହାଯ୍ୟ

(b). ଦାନ୍ତ (Teeth)

  • ଜୀବନକାଳରେ ଦୁଇଥର ଦାନ୍ତ ଉଠେ: କ୍ଷୀରଦାନ୍ତ (Milk teeth) ଓ ସ୍ଥାୟୀଦାନ୍ତ (Permanent teeth)
  • ୬ ବର୍ଷ ବୟସରୁ କ୍ଷୀରଦାନ୍ତ ଝଡ଼ି ସ୍ଥାୟୀଦାନ୍ତ ଉଠେ
  • ବୟସ୍କଙ୍କ ମୋଟ ଦାନ୍ତ = ୩୨ଟି; (ଉପର ମାଢ଼ି = ୧୬ + ତଳ ମାଢ଼ି= ୧୬)

📌 ପ୍ରତି ମାଢ଼ିରେ ଦାନ୍ତର ସଂଖ୍ୟା ଓ କାର୍ଯ୍ୟ

Incisor

କର୍ତ୍ତନ ଦାନ୍ତ

୪ଟି

ଖାଦ୍ୟ କାଟେ

Canine

ଛେଦକ/ଶ୍ୱାନଦାନ୍ତ

୨ଟି

ଖାଦ୍ୟ ଛିଣ୍ଡାଏ

Premolar

ଚର୍ବଣ ଦାନ୍ତ

୪ଟି

ଖାଦ୍ୟ ଚୋବାଏ

Molar

ପେଷଣ ଦାନ୍ତ

୬ଟି

ଖାଦ୍ୟ ପେଷେ

👅 (c). ଜିଭ (Tongue)

  • ସ୍ୱାଦମୁକୁଳ (Taste buds) ଦ୍ୱାରା ଖାଦ୍ୟର ସ୍ୱାଦ(ଖଟା, ମିଠା, ପିତା ଓ ଲୁଣିଆ) ଚିହ୍ନେ
  • ଖାଦ୍ୟକୁ ଦାନ୍ତ ନିକଟକୁ ପହଞ୍ଚାଏ ଏବଂ କଥା କହିବାରେ ସାହାଯ୍ୟ କରେ

🟠 (d). ଗ୍ରସନୀ ଓ ଗ୍ରାସନଳୀ (Pharynx and Oesophagus)

  • ଗ୍ରସନୀ (Pharynx): ନାସା ପଥ + ମୁଖ ଗହ୍ବର
  • ଗ୍ରସନୀ (Pharynx): ଖାଦ୍ୟ ଓ ଶ୍ୱାସବାୟୁ ଯିବାର ସାଧାରଣ ପଥ
  • ଗ୍ରସନୀର ଶେଷରେ ଦୁଇଟି ଦ୍ୱାର —ଗୋଟିଏ ଶ୍ୱାସନଳୀ ମଧ୍ୟକୁ ଓ ଅନ୍ୟଟି ଖାଦ୍ୟନଳୀ ମଧ୍ୟକୁ
    • (a)ଗଲେଟ୍ (Gullet): ଖାଦ୍ୟନଳୀର ଦ୍ୱାର
    • (b)ଗ୍ଲଟିସ୍ (Glottis): ଶ୍ୱାସନଳୀର ଦ୍ୱାର (N.B.- ସ୍-ଶ୍ଵା)
  • ଅଧିଜିହ୍ୱା (Epiglottis): ତରୁଣାସ୍ଥିରେ ଗଠିତ ପ୍ଲେଟ୍; ଖାଦ୍ୟ ଗିଳିବା ସମୟରେ ଶ୍ୱାସନଳୀର ଦ୍ୱାରକୁ ବନ୍ଦ କରି ଖାଦ୍ୟକୁ ଶ୍ୱାସନଳୀରେ ପ୍ରବେଶ କରିବାରୁ ରୋକେ
  • ଗ୍ରାସନଳୀ (Oesophagus): ବେକ ଦେଇ ତଳକୁ ଯାଇ ମଧ୍ୟଚ୍ଛଦା (Diaphragm) ଭେଦ କରି ପାକସ୍ଥଳୀରେ ଖୋଲେ

🔴 (e). ପାକସ୍ଥଳୀ (Stomach)

  • ଉଦର ଗହ୍ୱରର ବାମପଟେ ଅବସ୍ଥିତ; ଉପର ଭାଗ ଚଉଡ଼ା ଓ ତଳ ଭାଗ ଅଣଚଉଡ଼ା
  • କାର୍ଡିଆକ୍ ଷ୍ଟୋମାକ୍ (Cardiac stomach): ପାକସ୍ଥଳୀର ଉପର ଭାଗ
  • ପାଇଲୋରିକ୍ ଷ୍ଟୋମାକ୍ (Pyloric stomach): ପାକସ୍ଥଳୀର ତଳ ଭାଗ
  • ପାଇଲୋରିକ୍ ସ୍ପିନ୍‌କ୍ଟର୍ (Pyloric sphincter): ମୁଦ୍ରିକା ଆକାରର ମାଂସପେଶୀ ଅବରୋଧକ; ଏହାର ସଂକୋଚନ ଓ ଶିଥିଳନ ଫଳରେ ଅର୍ଦ୍ଧଜୀର୍ଣ୍ଣ ଖାଦ୍ୟ ଅଳ୍ପ ଅଳ୍ପ କରି କ୍ଷୁଦ୍ରାନ୍ତ୍ରକୁ ଯାଏ

🟢 (f). କ୍ଷୁଦ୍ରାନ୍ତ୍ର (Small Intestine)

  • ପାକସ୍ଥଳୀରୁ ବୃହଦନ୍ତ୍ର ପର୍ଯ୍ୟନ୍ତ ଲମ୍ବିଛି
  • ତିନିଟି ଭାଗ:
ଗ୍ରହଣୀ (Duodenum)→ଜେଜୁନମ୍ (Jejunum)→ଇଲିଅମ୍ (Ileum)
  • ମୁଖ୍ୟ କାର୍ଯ୍ୟ: ଖାଦ୍ୟର ପରିପାକ ସମ୍ପୂର୍ଣ୍ଣ କରିବା ଓ ପୋଷକ ପଦାର୍ଥ ଶୋଷଣ କରିବା

🔵(g). ବୃହଦନ୍ତ୍ର (Large Intestine)

  • ପାକନଳୀର ଶେଷ ଅଂଶ; ତିନିଟି ଭାଗ:
ସିକମ୍ (Caecum)→କୋଲନ୍ (Colon)→ମଳାଶୟ (Rectum)
  • ସିକମ୍: କ୍ଷୁଦ୍ରାନ୍ତ୍ରର ଇଲିଅମ୍ ସହ ସଂଯୋଗ ହୁଏ
  • କୋଲନ୍: ଅବଶିଷ୍ଟ ପଦାର୍ଥରୁ ଜଳ ଓ କିଛି ଲବଣ ଶୋଷଣରେ ସାହାଯ୍ୟ କରେ
  • ମଳାଶୟ: ମଳକୁ ସାମୟିକ ଭାବେ ସଞ୍ଚୟ କରେ
  • ମଳଦ୍ୱାର (Anus): ମଳ ଶରୀରରୁ ବାହାରିବାର ଦ୍ୱାର
  • ଭର୍ମିଫର୍ମ ଆପେଣ୍ଡିକ୍ସ (Vermiform appendix): ଇଲିଅମ୍ ଓ ସିକମ୍‌ର ସଂଯୋଗସ୍ଥଳ ନିକଟରେ ଥିବା ଛୋଟ ଅବଶେଷାଙ୍ଗ